ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଥାନା ପରିସରରେ ହଙ୍ଗାମା କରିବା ପଡ଼ିଲା ମହଙ୍ଗା, ୫ ନକଲି ମହିଳା କାଳିସି ଗିରଫ

Published By : Harapriya Sethi | April 24, 2025 9:08 AM

ଭୁବନେଶ୍ୱର, ୨୪/୦୪: ଥାନା ପରିସରରେ ହଙ୍ଗାମା କରିବା ପଡ଼ିଲା ମହଙ୍ଗା । ପୋଲିସ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରି ବନ୍ଧା ହୋଇଛନ୍ତି ୫ ଜଣ ନକଲି ମହିଳା କାଳିସି । ରାଜଧାନୀ ଉପକଣ୍ଠ ବାଲିପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଝାମୁ ଯାତ୍ରା ଦିନ ଅଠାନ୍ତର ଗ୍ରାମରେ ପ୍ରାୟ ୮ ଜଣ ମହିଳାଙ୍କୁ କାଳିସି ଲାଗିଥିଲା । ଏହି ସମୟରେ ଜଣେ ଯୁବକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ମାଡ ମାରିଥିଲେ କାଳିସି । ଏ ନେଇ ଯୁବକ ଜଣକ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ । ବୁଧବାର ସଂଧ୍ୟାରେ ଉଭୟ ପକ୍ଷଙ୍କୁ ବାଲିପାଟଣା ଥାନାକୁ ଡକାଇଥିଲା ପୋଲିସ । ଏହି ସମୟରେ ୫ ଜଣ ମହିଳା କାଳିସି ଥାନା ପରିସରରେ ହଙ୍ଗାମା କରିବା ସହ ପୋଲିସ କର୍ମଚାରୀଙ୍କୁ ଅଭିଶାପ ଦେଇଥିଲେ । ଯୁବକଙ୍କ ଅଭିଯୋଗ କ୍ରମେ ବାଲିପାଟଣା ପୋଲିସ ୫ ମହିଳା କାଳିସିଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରିଛି । ଅନ୍ଧବିଶ୍ଵାସକୁ ପ୍ରସୟ ଦେବା, ନକଲି ଅଭିନୟ କରି ଆକ୍ରମଣ କରିବା ଭଳି ଦଫା ଲଗାଇଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.